ଆଗାମୀ ହଜାର ବର୍ଷର ଭବିଷ୍ୟତକୁ ଗଢ଼ି ତୋଳିବ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 17ତମ ପ୍ରଶାସନିକ ସେବା ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଶାସନିକ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ସେ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପ୍ରଶାସନିକ ସେବା ଦିବସରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଚଳିତ ବର୍ଷ ଏହି ଦିବସ ପାଳନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ, କାରଣ ଏହା ସମ୍ବିଧାନର 75ତମ ବର୍ଷ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜନ୍ମବାର୍ଷିକୀ ବୋଲି ସେ ଉଲ୍ଲେଖ କରିଥିଲେ । ୨୧ ଏପ୍ରିଲ୍ ୧୯୪୭ରେ ସର୍ଦ୍ଦାର ପଟେଲଙ୍କ ଉଲ୍ଲେଖନୀୟ ବକ୍ତବ୍ୟ, ଯେଉଁଥିରେ ସେ ସରକାରୀ କର୍ମଚାରୀମାନଙ୍କୁ ‘ଭାରତର ଇସ୍ପାତ ସଂରଚନା’ ବୋଲି କହିଥିଲେ, ତାହାକୁ ମନେ ପକାଇ, ଶ୍ରୀ ମୋଦୀ ପଟେଲଙ୍କର ଅମଲାତନ୍ତ୍ରକୁ ନେଇ ରହିଥିବା ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ଶୃଙ୍ଖଳା, ସଚ୍ଚୋଟତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖି ଦେଶକୁ ଅତ୍ୟନ୍ତ ସମର୍ପଣର ସହିତ ସେବା କରିବା ପାଇଁ କହିଥାଏ । ସେ ଭାରତକୁ ଏକ ବିକଶିତ ଭାରତ ହେବା ପାଇଁ ସଂକଳ୍ପ ପରିପ୍ରେକ୍ଷୀରେ ସର୍ଦ୍ଦାର ପଟେଲଙ୍କ ଆଦର୍ଶର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣ ଏବଂ ଐତିହ୍ୟକୁ ହୃଦୟର ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *