ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ବରସ୍ଥିତ ଇଡି କାର୍ଯ୍ୟାଳୟ ଘେରଉ କରାଯାଇଛି। ଯୁବ କଂଗ୍ରେସର କର୍ମୀମାନେ ଏକ ଶୋଭାଯାତ୍ରାରେ ଇଡି ଅଫିସ ସମ୍ମୁଖରେ ପହଞ୍ଚି ସେଠାରେ ଥିବା ବ୍ୟାରିକେଡ୍କୁ ଭାଙ୍ଗି ଭିତରେ ପ୍ରବେଶ ଉଦ୍ୟମ କରିଥିଲେ। ଏହାକୁ ନେଇ ପୁଲିସ ଓ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ଯୁବ କଂଗ୍ରେସ କର୍ମୀମାନେ ଇଡି ଅଫିସ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଏହି ବିକ୍ଷୋଭରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ମନୋଜ ରାଉତ, ମନୋଜ ବିଶ୍ବାଳ, ଅଭିଳାଷ ମାଣିଆ, ଉଦିତ ପ୍ରଧାନ, ସୁଦୀପ ସାମଲ, ନିହାର ବେହେରା, ମହମ୍ମଦ ଗୁଲଫାମ୍, ଗୋପନ ମାର୍ଥା, ଅଭିଜିତ ଜେନା ପ୍ରମୁଖ ସାମିଲ ହୋଇଥିଲେ।