ମୁର୍ଶିଦାବାଦ ହିଂସାକାଣ୍ଡ ଘଟଣାରେ ଓଡିଶାର ଲିଙ୍କ୍ । ଝାରସୁଗୁଡାରେ ଲୁଚିଥିଲେ ୬ ଜଣ ଅଭିଯୁକ୍ତ । ମୁର୍ଶିଦାବାଦ ପୋଡଜଳା ଏବଂ ଦଙ୍ଗା ମାମଲାରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ଅଟକ ରଖାଯାଇଛି । ସେମାନେ ମଧ୍ୟ ମୁର୍ଶିଦାବାଦ ହିନ୍ଦୁ ବାପପୁଅ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା କୁହାଯାଉଛି । ହିଂସାକାଣ୍ଡ ପରେ ସେମାନେ ଓଡିଶା ପଳାଇ ଆସିଥିଲେ ଏବଂ ଝାରସୁଗୁଡାରେ ଲୁଚିଥିଲେ । ସେମାନଙ୍କୁ ଅଟକ ରଖିବା ସହ ବନ୍ଧୁକ ଗୁଳି ଜବତ କରାଯାଇଛି ।