ଝାଡଖଣ୍ଡର ଲୁଗୁ ପର୍ବତର ପାଦଦେଶରେ ଥିବା ଲାଲପାନିଆ ଅଞ୍ଚଳରେ ଆଜି ସକାଳେ ସକାଳେ ମାଓବାଦୀ ଏବଂ ସିଆରପିଏଫ ଯବାନଙ୍କ ଭିତରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ୮ ଜଣ ମାଓବାଦୀଙ୍କୁ ମାରି ଗଡାଇଛନ୍ତି ପୋଲିସ ଓ ଯବାନ । ନକ୍ସଲ ନିପାତ ପରେ ଏବେ ସେମାନଙ୍କ ମୃତଦେହ ଆଣିବାକୁ ଜଙ୍ଗଲ ଭିତରକୁ ଷ୍ଟ୍ରେଚର ଯାଇଥିବା ସୂଚନା ମିଳିଛି । ଉକ୍ତ ଷ୍ଟ୍ରେଚରରେ ନକ୍ସଲଙ୍କ ମୃତଦେହ ବୋହି ଅଣାଯିବ ।