ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ତଥା ଆର୍ବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଘଟଗାଁ ଆସି ମା’ତାରିଣୀଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ତାଙ୍କ ସହିତ ପତ୍ନୀ ଲୋପାମୁଦ୍ରା ଦାସ ଉପସ୍ଥିତ ଥିଲେ। ବରିଷ୍ଠ ପୂଜକ ଶ୍ୟାମସୁନ୍ଦର ଦେହୁରୀ ପୂଜାର୍ଚ୍ଚନା କରିବା ସହ ଆଳତି ଅର୍ପଣ କରିଥିଲେ। ପୂଜା ସାରିବା ପରେ ଶ୍ରୀ ଦାସ ମନ୍ଦିର ବେଢ଼ା ବୁଲି ଦେଖିଥିଲେ। ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ କହିଥିଲେ, ମୁଁ ଓ ମୋର ପତ୍ନୀ ତାରିଣୀଙ୍କ ବଡ଼ ଭକ୍ତ। ବହୁବର୍ଷ ପୂର୍ବରୁ ମୁଁ ତାରିଣୀ ଦର୍ଶନ କରିଥିଲି।