ଯଦି ମୋ ପୁଅ ଆତଙ୍କବାଦୀ ଆକ୍ରମଣ ସମ୍ପୃକ୍ତ ଅଛି ତେବେ ତାକୁ ଏନକାଉଣ୍ଟର କରିଦିଆଯାଉ – ଆତଙ୍କୀର ମାଆ

 ମଙ୍ଗଳବାର ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଛାତି ଥରାଇ ଦେଇଛି । କିଏ ସ୍ବାମୀକୁ ହରାଇଛି ତ କିଏ ପୁଅ ଆଉ କିଏ ଭାଇ।  ଆକ୍ରମଣରେ ୨୮ଜଣକ ମୃତ୍ୟୁ ହୋଇଥିବା ବେଳେ ଅନେକ ପର୍ଯ୍ୟଟକ ଏଥିରେ ଆହତ ମଧ୍ୟ ହୋଇଛନ୍ତି। ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି। ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୪ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଆତଙ୍କବାଦୀ ଆଦିଲ ହୁସେନ ଠୋକର ବି ସାମିଲ ଥିବା ଜଣାପଡ଼ିଛି।

ଆତଙ୍କବାଦୀ ଆଦିଲ ହୁସେନର ମାଆ ଶାହଜାଦା ବାନୋ ଗଣମାଧ୍ୟମରେ ମୁହଁ ଖୋଲି କହିଛନ୍ତି, ‘ଯଦି ମୋ ପୁଅ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପୃକ୍ତ ଅଛି ତେବେ ତାକୁ ଏନକାଉଣ୍ଟର କରିଦିଆଯାଉ। ଏହା ହିଁ ତା’ ପାଇଁ ଉଚିତ ଦଣ୍ଡ ହେବ।ଆଦିଲ ୨୦୧୮ରୁ ଘର ଛାଡ଼ି ଚାଲି ଯାଇଛି ଯେ ଆଉ ଫେରି ନାହିଁ କି ଆମ ସହିତ ସେ କୌଣସି ପ୍ରକାର ଯୋଗାଯୋଗ ରଖି ନାହିଁ। ମୁଁ ଆଦିଲକୁ ଏଥିକି କହିବି ଯଦି ସେ ବଞ୍ଚିଛି, ତେବେ  ଆତ୍ମସମର୍ପଣ କରିଦେଉ। ସେ ଆମ ସହିତ କୌଣସି ପ୍ରକାର ଯୋଗାଯୋଗରେ ନଥାଇ ବି ଆମକୁ ଅସୁବିଧାରେ ପକାଉଛି।”

Leave a Reply

Your email address will not be published. Required fields are marked *