ରାଜ୍ୟସଭାରେ ପାସ୍ ହେଲା ୱାକଫ ବିଲ୍। ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୯୫ଟି ଭୋଟ୍

ରାଜ୍ୟସଭାରେ ପାସ୍ ହେଲା ୱାକଫ ବିଲ୍। ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୯୫ଟି ଭୋଟ୍ ପଡ଼ିଥିଲା। ତେବେ ବିଜେଡିର କିଏ କାହାକୁ ଭୋଟ ଦେଲା ତାକୁ ନେଇ ଚର୍ଚା ଚାଲିଛି । ଏବେ ଏହି ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ।  ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ୱାକଫ ବୋର୍ଡ ଏକ ସାମ୍ବିଧାନିକ ସଂସ୍ଥା ଏବଂ ଏହା ଧର୍ମନିରପେକ୍ଷ ହେବା ଉଚିତ। ଜଣେ ବି ମୁସଲମାନ ଏହି ବିଲ୍ ଦ୍ୱାରା ପ୍ରଭାବିତ ହେବେ ନାହିଁ। ଏହାଦ୍ୱାରା କୋଟି କୋଟି ମୁସଲମାନ ଉପକୃତ ହେବେ ବୋଲି କହିଛନ୍ତି ।

ରାଜ୍ୟସଭାରେ ଆଲୋଚନା ବେଳେ ବିରୋଧୀ ଦଳ ସଦସ୍ୟମାନେ ଏହାକୁ ତୀବ୍ର ବିରୋଧ କରିଥିଲେ। କିନ୍ତୁ ଶାସକ ଦଳ ଏହାର କଡ଼ା ଜବାବ ଦେଇଥିଲେ ।  କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ଏହାକୁ ଅସାମ୍ବିଧାନିକ ବୋଲି କହିଥିଲେ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଥିଲେ, ବିଲରେ ଅନେକ ତ୍ରୁଟି ରହିଛି। ମୁସଲିମ୍ ସମ୍ପ୍ରଦାୟକୁ ହଇରାଣ କରିବା ପାଇଁ ସରକାର ଏହି ବିଲ୍ ଆଣିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଥିଲା 60 ବର୍ଷ ହେଲା କଂଗ୍ରେସ ସରକାର କିଛି କରିନଥିଲା । ଏବେ କହିବାର କିଛି ଅଧିକାର ନାହିଁ । ମୋଦି ସରକାର ମୁସଲମାନଙ୍କ ପାଇଁ କିଛି କରିବାକୁ ଚାହୁଁଛନ୍ତି ।

 

Leave a Reply

Your email address will not be published. Required fields are marked *