ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ଦେଶର ୪୭ଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାରେ ୫୧ ହଜାରରୁ ଅଧିକ ନବନିଯୁକ୍ତ ଯୁବକଯୁବତୀଙ୍କୁ ସରକାରୀ …
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ଦେଶର ୪୭ଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାରେ ୫୧ ହଜାରରୁ ଅଧିକ ନବନିଯୁକ୍ତ ଯୁବକଯୁବତୀଙ୍କୁ ସରକାରୀ …
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ ମନର କଥା ହେଉଛି, ସେତେବେଳେ ମନରେ ଗଭୀର ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖ ଦିନ ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ପ୍ରତ୍ୟେକ ନାଗରିକକୁ ବ୍ୟଥିତ କରିଛି । ପୀଡ଼ିତ ପରିବାରଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ସମବେଦନା ରହିଛି । ସେ ଯେକୌଣସି ରାଜ୍ୟର ହୋଇଥାଆନ୍ତୁ ନା କାହିଁକି, ଯେକୌଣସି ଭାଷାଭାଷୀ ହୋଇଥାଆନ୍ତୁ ନା କାହିଁକି, ସମସ୍ତେ ସେହିମାନଙ୍କ ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି, ଯେଉଁମାନେ ଏହି ଆକ୍ରମଣରେ ନିଜ ପରିବାରର ଲୋକଙ୍କୁ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣର ଚିତ୍ରଗୁଡ଼ିକୁ ଦେଖି ପ୍ରତ୍ୟେକ ଭାରତୀୟର ରକ୍ତ ତାତି ଉଠୁଛି, ସେ କଥା ମୁଁ ଅନୁଭବ କରିପାରୁଛି । ପହଲଗାମରେ ହୋଇଥିବା ଏହି ଆକ୍ରମଣ, ଆତଙ୍କବାଦର ପୃଷ୍ଠପୋଷକଙ୍କ ହତାଶା ଭାବକୁ ଦର୍ଶାଉଛି, ସେମାନଙ୍କ କାପୁରୁଷପଣିଆକୁ ପ୍ରଦର୍ଶିତ କରୁଛି । କାଶ୍ମୀରରେ ଶାନ୍ତି ଫେରିଆସୁଥିବା ସମୟରେ - ସ୍କୁଲ-କଲେଜମାନଙ୍କରେ ଗୋଟିଏ ଉତ୍ସାହ ଥିଲା, ନିର୍ମାଣ କାର୍ଯ୍ୟରେ ଅଭୂତପୂର୍ବ ଗତିଶୀଳତା ଆସିଥିଲା, ଗଣତନ୍ତ୍ର ଦୃଢ଼ୀଭୂତ ହେଉଥିଲା, ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ରେକର୍ଡ଼ ବୃଦ୍ଧି ହୋଇଚାଲିଥିଲା, ଲୋକମାନଙ୍କ ଆୟ ବୃଦ୍ଧି ହେଉଥିଲା, ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଚାଲିଥିଲା – ଏଭଳି ସମୟରେ ଦେଶର ଶତ୍ରୁ, ଜାମ୍ମୁ-କାଶ୍ମୀରର ଶତ୍ରୁମାନଙ୍କ ପକ୍ଷରେ ଏହା ଅସହ୍ୟ ହେଲା । ଆତଙ୍କବାଦୀ ଓ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଶକ୍ତିମାନେ ଚାହାଁନ୍ତି ଯେ, କାଶ୍ମୀର ପୁଣିଥରେ ଧ୍ୱଂସ ହେଇଯାଉ, ତେଣୁ ସେମାନେ ଏତେ ବଡ଼ ଷଡ଼ଯନ୍ତ୍ର ଘଟାଇଲେ । ଆତଙ୍କବାଦ ବିରୁଦ୍ଧରେ ଏହି ଯୁଦ୍ଧରେ ଦେଶର ଏକତା, ୧୪୦ କୋଟି ଭାରତୀୟଙ୍କ ଏକଜୁଟପଣିଆ ଆମର ସବୁଠାରୁ ବଡ଼ ଶକ୍ତି । ଏହି ଏକତା, ଆତଙ୍କବାଦ ବିରୁଦ୍ଧରେ ଆମର ନିର୍ଣ୍ଣାୟକ ସଂଗ୍ରାମର ଆଧାର । ଦେଶ ଆଗରେ ଦେଖାଦେଇଥିବା ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମକୁ ଆମ ସଂକଳ୍ପକୁ ସୁଦୃଢ଼ କରିବାକୁ ହେବ । ଗୋଟିଏ ରାଷ୍ଟ୍ର ହିସାବରେ ଆମକୁ ଦୃଢ଼ ଇଚ୍ଛାଶକ୍ତି ପ୍ରଦର୍ଶିତ କରିବାକୁ ହେବ । ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶର ସ୍ୱର ଏକ ହୋଇଥିବା କଥା ଆଜି ସାରା ବିଶ୍ୱ ଦେଖୁଛି । ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଯେଉଁ ଆକ୍ରୋଶ ଭାବ ରହିଛି, ସାରା ବିଶ୍ୱରେ ସେହି ଆକ୍ରୋଶ ରହିଛି । ଏହି ଆତଙ୍କବାଦୀ ଆକ୍ରମଣ ପରେ କ୍ରମାଗତ ଭାବେ ସାରା ବିଶ୍ୱରୁ ସମବେଦନା ବାର୍ତ୍ତାମାନ ଆସିବାରେ ଲାଗିଛି । ବିଶ୍ୱର ଅନେକ ନେତା ମତେ ଫୋନ୍ କରିଛନ୍ତି, ଚିଠି ଲେଖିଛନ୍ତି, ବାର୍ତ୍ତା ପଠେଇଛନ୍ତି । ଏହି ଜଘନ୍ୟ ଢଙ୍ଗରେ କରାଯାଇଥିବା ଆତଙ୍କବାଦୀ ଆକ୍ରମଣକୁ ସମସ୍ତେ ଘୋର ନିନ୍ଦା କରିଛନ୍ତି । ସେମାନେ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ସମଗ୍ର ବିଶ୍ୱ, ଆତଙ୍କବାଦ ବିରୁଦ୍ଧରେ, ଆମ ସଂଗ୍ରାମରେ, ୧୪୦ କୋଟି ଭାରତୀୟଙ୍କ ସାଥିରେ ରହିଛି । ପୀଡ଼ିତ ପରିବାରମାନଙ୍କୁ ମୁଁ ପୁଣିଥରେ ଭରସା ଦେଉଛି ଯେ, ସେମାନେ ନ୍ୟାୟ ପାଇବେ, ସେମାନଙ୍କୁ ନିଶ୍ଚୟ ନ୍ୟାୟ ମିଳିବ । ଏହି ଆକ୍ରମଣର ଦୋଷୀମାନଙ୍କୁ ଏବଂ ଏହି ଷଡ଼ଯନ୍ତ୍ର ରଚନାକାରୀମାନଙ୍କୁ କଠୋରତମ ଜବାବ ଦିଆଯିବ ।
ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ଅନିଶ୍ଚିତତାର ପ୍ରଭାବ ନିବେଶକଙ୍କ ଉପରେ ପଡ଼ିଛି। ଶୁକ୍ରବାର ଦିନ ଭାରତୀୟ ସେୟାର୍ …
ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନୀ ଅଭିନେତା ଫୱାଦ ଖାନ ଦୃଢ଼ ଭାବେ ନିନ୍ଦା କରିଥିଲେ। ଫୱାଦ ଖାନ ଇନଷ୍ଟାଗ୍ରାମରେ ଶୋକ ପ୍ରକାଶ …
ମଙ୍ଗଳବାର ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଛାତି ଥରାଇ ଦେଇଛି । କିଏ ସ୍ବାମୀକୁ ହରାଇଛି ତ କିଏ ପୁଅ ଆଉ କିଏ …
ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ପୂର୍ବତନ ଅଧ୍ୟକ୍ଷ କେ. କସ୍ତୁରୀରଙ୍ଗନଙ୍କ ପରଲୋକ ହୋଇଯାଇଛି। ସେ ବେଙ୍ଗାଲୁରୁରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି …
ପହଲଗାମ୍ ଆତଙ୍କୀ ହମଲା ପରେ ଆକ୍ସନ ମୋଡରେ ଭାରତ । ପ୍ରତିଶୋଧ ପାଇଁ ପ୍ରସ୍ତୁତି ଘନଘନ ଚାଲୁଥିବା ବେଳେ ଦିଲ୍ଲୀରେ ଆକ୍ସନ ଦେଖି ଇସଲାମାବାଦରେ …
ଲସ୍କର-ଇ-ତୋଇବା କମାଣ୍ଡର ଅବୁ ମୁଶା ପହଲଗାଓଁ ଆକ୍ରମଣର ମାଷ୍ଟର ମାଇଣ୍ଡ ବୋଲି କୁହାଯାଇଛି। ଚଳିତମାସ ୧୮ରେ ପାକ୍ ଅଧିକୃତ କାଶ୍ମୀର (ପିଓକେ)ର ରାୱଲକୋଟ୍ରେ ଏକ …
ଆମେରିକାରେ ଅବସ୍ଥାପିତ ଜଣେ କୋଲକାତା ଇଞ୍ଜିନିୟର, ବିହାରର ଜଣେ ଅବକାରୀ ଇନ୍ସପେକ୍ଟର, କର୍ଣ୍ଣାଟକର ଜଣେ ରିୟଲଟର , ଓଡ଼ିଶାର ଜଣେ ଆକାଉଣ୍ଟାଣ୍ଟ୍, ଜଣେ ନୌସେନା …
ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶବାସୀ ନ୍ୟାୟ ମାଗୁଛନ୍ତି। ଏହି ଛାତିଥରା ଆକ୍ରମଣର ଦାୟିତ୍ୱ ପାକିସ୍ତାନସ୍ଥିତ ଲସ୍କର-ଏ-ତୈବା (ଏଲ୍ଇଟି) ଆତଙ୍କବାଦୀ ଗୋଷ୍ଠୀର …