ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଯୋଜନା। ଏଥିଲାଗି ସରକାରୀ ସ୍ତରରେ ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି। ଆଜି (ଶନିବାର) ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, କଟକ ବାଲିଯାତ୍ରା ପଡ଼ିଆରେ ଆସନ୍ତା ୧୧ ତାରିଖରେ ଏକ ଭବ୍ୟ ଉତ୍ସବରେ ଏହି ଯୋଜନାର ଶୁଭାରମ୍ଭ ହେବ ଓ ସ୍ୱାସ୍ଥ୍ୟ କାର୍ଡର ଲୋକାର୍ପଣ କରାଯିବ।ସେ କହିଛନ୍ତି, ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ। ଲୋକାର୍ପଣ ଉତ୍ସବରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂହଦେଓ ଏବଂ କଟକ ଜିଲ୍ଲାର ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହିବେ। ଏହାର ପ୍ରମୁଖ ବିଷୟଗୁଡିକ ହେଉଛି…- ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ରାଜ୍ୟର ୧ କୋଟି ୩ ଲକ୍ଷ ପରିବାରର ୩ କୋଟି ୫୦ ଲକ୍ଷ ସଦସ୍ୟ ସାମିଲ ହେବେ।ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ରାଜ୍ୟ ଓ ରାଜ୍ୟ ବାହାରେ ୯୯୦ଟି ହସ୍ପିଟାଲ ସହ ଅନୁବନ୍ଧିତ ଥିବା ବେଳେ, ନୂଆ ସ୍ୱାସ୍ଥ୍ୟ କାର୍ଡ ଦେଶର ୨୯ ହଜାରରୁ ଅଧିକ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବ।ରାଜ୍ୟର ସବୁ ବର୍ଗର ୭୦ ବର୍ଷରୁ ଅଧିକ ନାଗରିକଙ୍କୁ ‘ବୟୋ ବନ୍ଦନା’ କାର୍ଡ ଦିଆଯିବ। ଏହି ‘ବୟୋ ବନ୍ଦନା’ କାର୍ଡ ଅନଲାଇନ ଜରିଆରେ ଡାଉନଲୋଡ଼ କରାଯାଇପାରିବ କିମ୍ବା ଆଶା କର୍ମୀମାନେ ଘରକୁ ଘର ବୁଲି ପ୍ରଦାନ କରିବେ।ଆୟୁଷ୍ମାନ କାର୍ଡ ପରିବାର ପିଛା ଗୋଟିଏ ପରିବର୍ତ୍ତେ ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରଦାନ କରାଯିବ।ଆୟୁଷ୍ମାନ କାର୍ଡ ପରିବାର ପିଛା ଗୋଟିଏ ପରିବର୍ତ୍ତେ ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରଦାନ କରାଯିବ।