ହାର୍ଟ ଆଟାକ୍ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଦ୍ୱନ୍ଦ୍ୱ

ବଢିଚାଲିଛି ହୃଦଘାତଜନିତ ମୃତ୍ୟୁସଂଖ୍ୟା। ଯେଉଁ ରୋଗ ଏକଦା ପ୍ରାପ୍ତ ବୟସ୍କରେ ହେଉଥିଲା, ତାହା ଏବେ ଯୁବପିଢିଙ୍କୁ ଗ୍ରାସ କରିଛି। ହୃଦଘାତର ମୁଖ୍ୟ କାରଣ ଚାପ ହୋଇଥିଲେ ମଧ୍ୟ ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟର ଅନିୟମିତତା ଅନ୍ୟ ଏକ କାରଣ। ଏଥିପାଇଁ ଅନେକ ସମୟରେ କମ୍ ବୟସର ପିଲାମାନେ ଜିମରେ, ନାଚୁ ଥିବାବେଳେ କିମ୍ବା ଅନ୍ୟ କୌଣସି କାମ କରିବା ସମୟରେ ହୃଦଘାତର ଶିକାର ହେଉଛନ୍ତି, ଯାହାକୁ ବେଳେ ବେଳେ କାର୍ଡିଆକ୍ ଆରେଷ୍ଟ ବୋଲି ବି କୁହାଯାଉଛି।

ତେବେ ଏହି ଦୁଇ ଶବ୍ଦ- ହୃଦଘାତ ବା ହାର୍ଟ ଆଟାକ୍ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ହୃଦଘାତ ବା ହାର୍ଟ ଆଟାକ୍ ଯାହାକୁ ବେଳେ ବେଳେ କାର୍ଡିଆକ୍ ଆରେଷ୍ଟ ବୋଲି କୁହାଯାଏ, ତାହା ସମାନ, ନା ଭିନ୍ନ ଭିନ୍ନ, ଜାଣନ୍ତୁ

ହାର୍ଟ ଆଟାକ୍ ଏବଂ କାର୍ଡିଆକ୍ ଆରେଷ୍ଟ କ’ଣ?
ପ୍ରଥମ କଥା ହେଉଛି, ଏହି ଦୁଇଟି ପରସ୍ପର ଭିନ୍ନ। ଉଭୟଙ୍କ ମଧ୍ୟରେ ଅନେକଗୁଡ଼ିଏ ପାର୍ଥକ୍ୟ ରହିଛି। ହୃଦୟରେ ରକ୍ତ ପହଞ୍ଚି ନ ପାରିବା ହୃଦଘାତର କାରଣ। ଧମନୀରେ ରକ୍ତ ପ୍ରବାହ ବନ୍ଦ ହୋଇଗଲେ, ଅମ୍ଳଜାନ ଅଭାବ ହୁଏ। ଫଳରେ ହୃଦୟର ଯେଉଁ ଅଂଶକୁ ରକ୍ତ ପହଞ୍ଚିପାରେ ନାହିଁ, ସେହି ଅଂଶ ନଷ୍ଟ ବା ଡ୍ୟାମେଜ୍ ବା ଅକାମୀ ହୋଇଯାଏ।

ଫଳରେ ମୃତ୍ୟୁ ଘଟେ। ଏହି ବିପଦପୂର୍ଣ୍ଣ ପ୍ରକ୍ରିୟା କିଛି ସମୟ ନେଇଥାଏ। ମାତ୍ର କାର୍ଡିଆକ୍ ଆରେଷ୍ଟ କୌଣସି ସମୟ ନେଇ ନଥାଏ, ଅଚାନକ ଆସେ। କାର୍ଡିଆକ୍ ଆରେଷ୍ଟ ଆସିଲେ ହଠାତ୍ ହୃଦୟ କାର୍ଯ୍ୟ ବନ୍ଦ ହୋଇଯାଏ ଓ ବ୍ୟକ୍ତିଟିଏ ସବୁଦିନ ପାଇଁ ଆଖି ବୁଜିଦିଏ।

Leave a Reply

Your email address will not be published. Required fields are marked *