ଭୁବନେଶ୍ଵର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନକୁ ନେଇ ବଡ଼ ଅପଡେଟ ଆସିଛି । ଡିପିଆରରେ ପରିବର୍ତ୍ତନ କରାଯାଇ ମେଟ୍ରୋ ଚଳାଚଳ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ।
ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବ ମେଟ୍ରୋ ରେଳ ପ୍ରକଳ୍ପ । ଲୋକଙ୍କ ସୁବିଧା ଦୃଷ୍ଟିରୁ ସରକାର ଏଭଳି ନିଷ୍ପତ୍ତି ନେବାକୁ ଯାଉଛନ୍ତି।
ମେଟ୍ରୋ ଟ୍ରେନ ଟୁଇନ ସିଟିରେ ଚାଲିବା ପାଇଁ ଏକ କମିଟି ଗଠନ କରାଯାଇଛି । ଦେଶର ବିଭିନ୍ନ ସିଟିରେ କିପରି ମେଟ୍ରୋ ଟ୍ରେନ ଚଳାଚଳ କରୁଛି ତାହାର ଅନୁଧ୍ୟାନ କରିବ ଏହି କମିଟି । ନୂଆ DPR ପ୍ରସ୍ତୁତ କରାଯାଉଥିବା ବେଳେ ସଂପୂର୍ଣ୍ଣ ତଥ୍ୟ ପରେ ଜଣାପଡିବ । କେନ୍ଦ୍ର ସରକାରଙ୍କ ସହଯୋଗରେ ମେଟ୍ରୋ ପ୍ରକଳ୍ପ ତିଆରି ହେବ ବୋଲି ରାଜ୍ୟ ସରକାର ପକ୍ଷରୁ ସ୍ପଷ୍ଟ କରାଯାଇଛି ।