The goal of the game is to drive an oval-shaped soccer ball around the field, running or overtaking it.
୧ ୱିକେଟ୍ ବିଜୟର ବିସ୍ମୟ: ୫ ଥର

ଭୁବନେଶ୍ବର: ଆଇପିଏଲ୍ର ଅଷ୍ଟାଦଶ ସଂସ୍କରଣ ଆରମ୍ଭ ହୋଇଯାଇଛି। ସୋମବାର ରାତିରେ ବିଶାଖାପାଟଣାରେ ଅନୁଷ୍ଠିତ ଏଲ୍ଏସ୍ଜି ବିପକ୍ଷ ମ୍ୟାଚ୍କୁ ଡିସି ୧ ୱିକେଟ୍ରେ ଜିତି ଏହି ଲିଗ୍କୁ ପ୍ରଥମରୁ ଦ୍ରୁତ ଗତିଶୀଳ କରି ଦେଇଛି। ୧୭ ବର୍ଷର ଆଇପିଏଲ୍ ଇତିହାସରେ କିନ୍ତୁ ଗୋଟିଏ ୱିକେଟ୍ ବ୍ୟବଧାନରେ ଫଳାଫଳ ମିଳିବା ମାତ୍ର ପଞ୍ଚମ ଉଦାହରଣ ହୋଇଛି।
୨୦୧୫: ପଞ୍ଜାବକୁ କୋଲ୍କାତା
ଠିକ୍ ୧୦ ବର୍ଷ ତଳେ ପ୍ରଥମ ଥର ପାଇଁ ଆଇପିଏଲ୍ରେ ୧ ୱିକେଟ୍ ବ୍ୟବଧାନରେ ବିଜୟ ନଜରକୁ ଆସିଥିଲା। ନିଜ ଶେଷ ଲିଗ୍ ମ୍ୟାଚ୍ରେ ୧୮୪ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ନାଇଟ୍ ରାଇଡର୍ସ ୧ ୱିକେଟ୍ରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବକୁ ପରାସ୍ତ କରିଥିଲା। ୟୁସୁଫ୍ ପଠାନ୍ ୧୯ ବଲ୍ରୁ ୨୯ ରନ୍ ଏବଂ ଆନ୍ଦ୍ରେ ରସେଲ ୨୧ ବଲ୍ରୁ ୫୧ ରନ୍ କରିବା ପରେ ପୀୟୂଷ ଚାୱଲା ସ୍କୋର୍କୁ ବରାବର କରି ଦେଇଥିଲେ। ନିର୍ଣ୍ଣାୟକ ବଲ୍ରୁ ଲେଗ୍ବାଇ ରୂପରେ ସିଙ୍ଗଲ୍ ରନ୍ ସଂଗ୍ରହ କରି ଉମେଶ ୟାଦବ ଓ ସୁନୀଲ ନାରାୟଣ ମ୍ୟାଚ୍ ଶେଷ କରିଥିଲେ।
୨୦୧୮: ମୁମ୍ବାଇକୁ ଚେନ୍ନାଇ
ଦୁଇ ବର୍ଷର ନିଲମ୍ବନରୁ ଫେରିଥିବା ଚେନ୍ନାଇ ସୁପର୍ କିଙ୍ଗ୍ସ ସିଜନ୍ର ପ୍ରଥମ ମ୍ୟାଚ୍ରେ ୧ ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ପ୍ରତ୍ୟାବର୍ତ୍ତନ କରିଥିଲା। ଖରାପ ଆରମ୍ଭ କରିଥିବା ମୁମ୍ବାଇ ୧୫୪ ରନ୍ରେ ଅଟକିଯାଇଥିଲା। ଚେନ୍ନାଇ ବି ୭୫/୫ରେ ସଂଘର୍ଷ କରି ସୁଯୋଗ ହାତଛଡ଼ା ଆଶଙ୍କାରେ ରହିଥିଲା। ୧୭ ବଲ୍ରୁ ୪୬ ରନ୍ ଆବଶ୍ୟକ ପଡୁଥିବାବେଳେ ଡ୍ବାନ୍ ବ୍ରାଭୋ ଆକ୍ରମଣ ଆରମ୍ଭ କରିଥିଲେ। ମିଚେଲ୍ ମ୍ୟାକ୍ଲିନାଘନଙ୍କୁ ୨ ଛକା ଓ ଗୋଟିଏ ଚୌକା ମାରିବା ପରେ ପରବର୍ତ୍ତୀ ଓଭରରେ ଯଶପ୍ରୀତ୍ ବୁମରାଙ୍କୁ ୩ ଛକା ମାରି ଦେଇଥିଲେ। ଚେନ୍ନାଇକୁ ଶେଷ ଓଭରରେ ୭ ରନ୍ ଆବଶ୍ୟକ ପଡ଼ିଥିଲା। କିନ୍ତୁ ନବମ ୱିକେଟ୍ ପତନ ପରେ ଆହତରୁ ଫେରି କେଦାର ୟାଦବ ଛକା ଓ ଚୌକା ମାରି ମ୍ୟାଚ୍ ଶେଷ କରିଥିଲେ। ବୋଲର ଥିଲେ ମୁସ୍ତାଫିଜୁର ରହମାନ।
୨୦୧୮: ମୁମ୍ବାଇକୁ ହାଇଦ୍ରାବାଦ
ସିଜନର ଦ୍ବିତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୧୪୭ ରନ୍ କରିପାରିଥିଲା। ସନ୍ରାଇଜର୍ସ ହାଇଦ୍ରାବାଦ ପାୱାର ପ୍ଲେରେ ୫୬/୦ରେ ଥିଲେ ମଧ୍ୟ ପରବର୍ତ୍ତୀ ୭୫ ରନ୍ରେ ୯ ୱିକେଟ୍ ହରାଇ ଦେଇଥିଲା। ଦୀପକ ହୁଡ଼ା ଓ ବିଲି ଷ୍ଟାନକେଲ୍ଙ୍କ ଶେଷ ଯୋଡ଼ି କିନ୍ତୁ ଦଳକୁ ବିଜୟୀ କରାଇଥିଲେ। ଅପରାଜିତ ୩୨ ରନ୍ ପାଳି ଖେଳିବା ଭିତରେ ଦୀପକ ହୁଡ଼ା ଶେଷ ଓଭରରେ ବେନ୍ କଟିଂଙ୍କ ୱାଇଡ୍ ୟର୍କରକୁ ଛକା ମାରିବା ଦର୍ଶନୀୟ ଥିଲା। ଏହା ପରେ ୫ ବଲ୍ରୁ ୫ ରନ୍ ସିଙ୍ଗଲ୍ ସିଙ୍ଗଲ୍ରେ ଶେଷ କରି ଦେଇଥିଲେ ଏହି ଯୋଡ଼ି।
୨୦୨୩: ବେଙ୍ଗାଲୁରୁକୁ ଲକ୍ଷ୍ନୌ
ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଉତ୍ଥାନ-ପତନ ସହିତ ଏହି ମହାନାଟକ ମୁକାବିଲାରେ ଘରୋଇ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁକୁ ୧ ୱିକେଟ୍ରେ ହରାଇଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ। ଆର୍ସିବି ୨୧୩ ରନ୍ ବିଜୟ ଲକ୍ଷ୍ୟ ରଖିଥିଲା। ଏଲ୍ଏସଜି ୪ ଓଭର ବେଳକୁ ୨୩/୩ରେ ସଂଘର୍ଷ କରିଥିଲେ ମଧ୍ୟ ମାର୍କସ ଷ୍ଟୋଇନିସ୍ (୩୦ ବଲ୍ରୁ ୬୫ ରନ୍), ନିକୋଲାସ ପୂରନ (୧୯ ବଲ୍ରୁ ୬୨ ରନ୍) ଏବଂ ଆୟୂଷ ବଦୋନୀ (୨୪ ବଲ୍ରୁ ୩୦ ରନ୍) ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। ୧୯ତମ ଓଭରରେ ବଦୋନୀ ଆଉଟ୍ ହୋଇଯିବା ବେଳକୁ ଲକ୍ଷ୍ନୌକୁ ହାତରେ ୩ ୱିକେଟ୍ ଥାଇ ୫ ବଲ୍ରୁ ୪ ରନ୍ ଦରକାର ପଡ଼ିଥିଲା। ମାର୍କ ଉଡ୍ ଓ ଜୟଦେବ ଉନାଦକଟ୍ କିନ୍ତୁ ଆଉଟ୍ ହୋଇଯାଇଥିଲେ। ଶେଷ ବଲ୍ରୁ ୧ ରନ୍ ବି ଆବଶ୍ୟକ ରହିଥିଲା। ହର୍ଷଲ୍ ପଟେଲଙ୍କ ଏହି ବଲ୍କୁ ୧୧ ନମ୍ବର ଆୱେସ ଖାନ୍ ବ୍ୟାଟ୍ରେ ସଂଯୋଗ କରିପାରିନଥିଲେ। କିନ୍ତୁ ୱିକେଟ୍ରକ୍ଷକ ଦୀନେଶ କାର୍ତ୍ତିକ ଦୁଇ ଥର ବଲ୍କୁ ହାତଛଡ଼ା କରିବାରୁ ବାଇ ରନ୍ ସହ ଲକ୍ଷ୍ନୌ ବାଜି ମାରି ନେଇଥିଲା।
୨୦୨୫: ଲକ୍ଷ୍ନୌକୁ ଦିଲ୍ଲୀ
ବିଶାଖାପାଟଣାରେ ସୋମବାର ରାତିରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ୨୦୯ ରନ୍ କରିଥିଲା। ଜବାବରେ ଦିଲ୍ଲୀ ୬୫/୫ରେ ସଂଘର୍ଷ କରିବା ସହ ନିୟମିତ ବ୍ୟବଧାନରେ ବି ୱିକେଟ୍ ହରାଇଥିଲା। ବିଜୟ ଲକ୍ଷ୍ୟରେ ପହଞ୍ଚିବା ଦିଲ୍ଲୀ ପାଇଁ କଷ୍ଟକର ଲାଗୁଥିଲା। ଆଇପିଏଲ୍ ପଦାର୍ପଣରେ ବିପରାଜ ନିଗମ (୧୫ ବଲ୍ରୁ ୩୯ ରନ୍) ଏବଂ ଇମ୍ପାକ୍ଟ ପ୍ଲେୟାର ଆଶୁତୋଷ ଶର୍ମା (୩୧ ବଲ୍ରୁ ୬୬* ରନ୍) ମ୍ୟାଚ୍ ଛଡ଼ାଇ ଆଣିଥିଲେ। ୧୯ ବଲ୍ ପର୍ଯ୍ୟନ୍ତ ୧୯ ରନ୍ କରିଥିବା ଆଶୁତୋଷ ଏହା ପରେ ଚୌକା ଓ ଛକା (୫ ଲେଖାଏଁ) ବର୍ଷା କରି ୩ ବଲ୍ ପୂର୍ବରୁ ମ୍ୟାଚ୍ ଶେଷ କରି ଦେଇଥିଲେ।
Subscribe to Our Newsletter
Keep in touch with our news & offers
Comments
miaqueen
It’s a great pleasure reading your post!
cmsmasters
Thanks.