ଜମିକୁ ରାତାରାତି ୱକଫ୍ ସମ୍ପତ୍ତିରେ ପରିଣତ କରାଯାଇପାରିବ ନାହିଁ

ୱକଫ୍ ସଂଶୋଧନ ବିଲ୍-୨୦୨୫ (ଉମ୍ମିଦ) ଲୋକସଭାରେ ଗୃହୀତ ହୋଇଛି। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ। ବିଲ୍‌ ଉପରେ ୮ ଘଣ୍ଟା ଆଲୋଚନା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ବିରୋଧୀ ଦଳଙ୍କ ଦାବି ମୁତାବକ ଏହା ୧୨ ଘଣ୍ଟାକୁ ବୃଦ୍ଧି ପାଇଥିଲା।   ଶାସକ ଏନ୍‌ଡିଏ ଓ ବିରୋଧୀ ଦଳ ମଧ୍ୟରେ ଘମାଘୋଟ ବିତର୍କ ପରେ ରାତି ସାଢ଼େ ୧୨ଟାରେ ଭୋଟ୍‌ ଗ୍ରହଣ ହୋଇଥିଲା ଏବଂ ବାଚସ୍ପତି  ଓମ୍‌ ବିର୍ଲା  ୧୨ଟା ୪୦ରେ ଫଳାଫଳ ଘୋଷଣା କରିଥିଲେ।  ବିଲ୍‌ ସପକ୍ଷରେ ୨୮୮ ଜଣ ଭୋଟ୍‌ ଦେଇଥିବା ବେଳେ ବିଲ୍‌ ବିରୋଧରେ ୨୩୧  ଜଣ ଭୋଟ୍‌ ଦେଇଥିଲେ।  ଏହାପରେ ସାଂସଦଙ୍କ ଦ୍ବାରା ଆଗତ ବିଭିନ୍ନ  ସଂଶୋଧନ ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ ହୋଇଥିଲା ଏବଂ ପ୍ରକ୍ରିୟା ରାତି ୧ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା।  ଭୋଟ୍‌ ଗ୍ରହଣ ଉଭୟ ବାଚନିକ ଓ ଇଲେକ୍‌ଟ୍ରୋନିକ୍‌ ଭୋଟିଂ ବ୍ୟବସ୍ଥାରେ ହୋଇଥିଲା।

ଲୋକସଭାରେ ଉପସ୍ଥାପିତ ୱକଫ୍ (ସଂଶୋଧନ) ବିଲ୍ ୨୦୨୫ରେ ୱକଫ୍ ଆଇନର ଧାରା ୪୦କୁ ଉଚ୍ଛେଦ କରିବାକୁ ପ୍ରସ୍ତାବ ରହିଛି। ଏହି ଧାରା ୱକଫ୍ ବୋର୍ଡ ଓ ଟ୍ରିବ୍ୟୁନାଲକୁ କୌଣସି ଜମିକୁ ୱକଫ୍ ସମ୍ପତ୍ତି ଭାବରେ ଘୋଷଣା କରିବାକୁ ଅନୁମତି ଦେଇଥାଏ। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହାକୁ ସବୁଠାରୁ କଠୋର ବ୍ୟବସ୍ଥା (ଡ୍ରାକୋନୀୟ) ବୋଲି କହିବା ସହ ବ୍ୟାପକ ଜମି ହଡ଼ପ ପାଇଁ ଏହାର ଅପବ୍ୟବହାର କରାଯାଉଥିବା ଅଭିଯୋଗ କରିଛନ୍ତି। ନୂଆ ବିଲ୍‌ରେ ଏହି ନିଷ୍ପତ୍ତିକୁ ଅଦାଲତରେ ଚ୍ୟାଲେଞ୍ଜ କରିବାର ସୁବିଧା ରହିଛି।

Leave a Reply

Your email address will not be published. Required fields are marked *