ରାଜସ୍ଥାନକୁ ୧୦୦ ରନରେ ହରାଇଲା ମୁମ୍ବାଇ: ପଏଣ୍ଟ ଟେବୁଲରେ ଏକ ନମ୍ବର

ପାଞ୍ଚଟି ମ୍ୟାଚରୁ ଚାରିଟିରେ ହାରିଥିଲା ମୁମ୍ବାଇ । ଏବେ ଲଗାତାର 6ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଆସିଯାଇଛି । ସବାଇ ମାନସିଂ ଷ୍ଟାଡିୟମଠାରେ  ଆଇପିଏଲର ୫୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୦୦ ରନରେ ହରାଇଛି ମୁମ୍ବାଇ । ଏହି ପରାଜୟ ସହ ପ୍ଲେଅପରୁ ବାଦ ପଡ଼ିଛି ରାଜସ୍ଥାନ ।  ୨୧୮ ରନର  ବିଶାଳ ଲକ୍ଷ୍ୟର ପିଛା କରିଥିବା ରାଜସ୍ଥାନ ଶହେ ରନ ପଛରେ ରହିଯାଇଥିଲା ।

ଗତ ମ୍ୟାଚରେ ଶତକ କରିଥିବା ବୈଭବ ସୂର୍ଯ୍ୟବଂଶୀ ଖାତା ଖୋଲିପାରିନଥିଲେ । ଦଳ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ ୩୦ ରନ କରିଥିବାବେଳେ ରିୟାନ ପରାଗ ୧୬ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ୨ଟି ଓ୍ବିକେଟ ନେଇଥିବାବେଳେ କର୍ଣ୍ଣ ଶର୍ମା ଓ ଟ୍ରେଣ୍ଟ ବୋଲଟ୍ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ରାଜସ୍ଥାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ବିକେଟ ହରାଇ ୨୧୭ ରନ କରିଥିଲା ।

ଦଳ ପକ୍ଷରୁ ରୋହିତ ଶର୍ମା ଓ ରିୟାନ ରିକଲଟନ ବିସ୍ଫୋରକ ବ୍ୟାଟିଂ କରି ଆରମ୍ଭରୁ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ରୋହିତ ୫୩ ରନ କରିଥିବାବେଳେ ରିକଲଟନ ୬୧ ରନ କରିଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ  ଉଭୟ ବ୍ୟାଟ୍ସମ୍ୟାନ ୪୮ ରନ ଲେଖାଏଁ କରିବା ସହ ଅଳ୍ପକେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ରାଜସ୍ଥାନ ପକ୍ଷରୁ ମହିଶ ତିକସନା ଓ ରିୟାନ ପରାଗ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Leave a Reply

Your email address will not be published. Required fields are marked *