ଦୁଇଟି ବିଜୟ ପାଇବା ପରେ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ପ୍ରଥମ ପରାଜୟ ବରଣ

ଲଗାତାର ଦୁଇଟି ବିଜୟ ପାଇବା ପରେ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ପ୍ରଥମ ପରାଜୟ ବରଣ କରିଛି। ଏହି ଦଳକୁ ଗୁଜରାଟ ଟାଇଟନ୍ସ ୮ ୱିକେଟ୍‌ରେ ହରାଇ ଦେଇଛି। ବୁଧବାର ଚଳିତ ଆଇପିଏଲ୍‌ର ଚତୁର୍ଦଶ ମୁକାବିଲାକୁ ଶୋଚନୀୟ ଭାବେ ହାରିବା ପରେ ପଏଣ୍ଟ୍‌ ତାଲିକାର ପ୍ରଥମରୁ ତୃତୀୟକୁ ଖସିଯାଇଛି ଆର୍‌ସିବି। ଅନ୍ୟପକ୍ଷରେ ଗୁଜରାଟ ଟାଇଟନ୍ସ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ସ୍ଥିର ରହିଛି। ଆର୍‌ସିବି ୧୭୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଗୁଜରାଟ ଏହାକୁ ୧୭.୫ ଓଭରରେ ମାତ୍ର ୨ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଜୋସ୍ ବଟଲର୍‌ ସର୍ବାଧିକ ୭୩* ରନ୍ କରିଥିଲେ।

Leave a Reply

Your email address will not be published. Required fields are marked *