ଭାରତ ଆକ୍ରମଣ କରିବ କେବେ ?

ପହଲଗାଓଁ ଆତଙ୍କୀ ହମଲା ପରେ ଭାରତ ଆକ୍ରମଣ କରିବ ବୋଲି ଚର୍ଚା ଲାଗିରହିଛି ।  ୨୨ ତାରିଖରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଗୁଳିମାରି ହତ୍ୟା କରିଥିଲେ ।

ଆଜି ୯ ଦିନ ବିତିଲାଣି । ତେବେ ଆଉ କେତେ ଦିନ ପରେ କେନ୍ଦ୍ର ସରକାର ଆକ୍ରମଣ କରିବେ ସେ ନେଇ ସବୁଠି ଚର୍ଚା ।  ଆତଙ୍କୀ ହମଲା ପଛରେ ସମ୍ପୂର୍ଣ୍ଣ ଭାବେ ପାକିସ୍ତାନର ହାତ ରହିଥିବା ସ୍ପଷ୍ଟ ହୋଇଥିଲେ ସୁଦ୍ଧା ପାକିସ୍ତାନ ବିରୁଦ୍ଧରେ ଏଯାଏଁ ଆକ୍ରମଣ କରିନାହାଁନ୍ତି ସରକାର ।

ଆତଙ୍କୀ ହମଲା ପରେ କେନ୍ଦ୍ର ସରକାର ଘନ ଘନ ବୈଠକ କରୁଛନ୍ତି । ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିବା ସହ ୫ଟି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।ଭାରତୀୟ ବାୟୁ ସୀମାରେ ପାକିସ୍ତାନ ପାଇଁ କଟକଣା ଜାରି ହୋଇଛି ।

କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ୯ଟି ଘରକୁ ସେନା ଭାଙ୍ଗି ଚୁରମାର କରିଛି । ଘଟଣାରେ ସଂପୃକ୍ତ ୪ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିବା ସହ ସେମାନଙ୍କ ଲୋକେସନ ଟ୍ରାକ୍ କରାଯାଇଛି ।

ଆତଙ୍କୀକୁ ସହଯୋଗ କରିଥିବା ଅଭିଯୋଗରେ ୨୦୦ ସ୍ଥାନୀୟ ସଂଦିଗ୍ଧ ବାସିନ୍ଦାଙ୍କୁ ଅଟକ ରଖାଯାଇଛି । ଦେଶର ୧୦୦ ସ୍ଥାନରେ NIAର ତଦନ୍ତ ଜାରି ରହିଛି ।  NIA ଡିଜି ପହଲଗାଁଓ ଗସ୍ତ କରିଛନ୍ତି ।

ଆରବସାଗରରେ ନୌସେନା ସମରାଭ୍ୟାସ କରୁଥିବାବେଳେ ଗୋପନ ସ୍ଥାନରେ ସ୍ଥଳ ସେନା ସମରାଭ୍ୟାସ ଜାରି ରଖିଛି । ପଞ୍ଜାବ ସୀମାରେ ଆଣ୍ଟିଡ୍ରୋନ ସିଷ୍ଟମ କାର୍ଯ୍ୟକାରୀ କରାଯାଇଛି । ତେବେ ଭାରତ କେଉଁଠି କିପରି କେଉଁଦିନ ଆକ୍ରମଣ କରିବ ତାକୁ ନେଇ ସବୁଠି ଆଲୋଚନା ଜାରି ରହିଛି । ସେପଟେ ଭୟରେ ପାକିସ୍ତାନ ଖାଲି ପରମାଣୁ ବୋମା ଧମକ ଦେଉଛି ।

Leave a Reply

Your email address will not be published. Required fields are marked *