ରାମେଶ୍ୱରମ୍ -ପାମ୍ବନ  ମଧ୍ୟରେ ରେଳ ସେତୁକୁ ଉଦଘାଟନ କରିଛନ୍ତି ମୋଦୀ

ଦକ୍ଷିଣଭାରତକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି । ରାମେଶ୍ୱରମ୍ -ପାମ୍ବନ  ମଧ୍ୟରେ ରେଳ ସେତୁକୁ ଉଦଘାଟନ କରିଛନ୍ତି ମୋଦୀ । ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ନୂତନ ଶିକ୍ଷା ନୀତି ଏବଂ ତ୍ରିଭାଷା ନୀତି ବିବାଦ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର ରାମେଶ୍ୱରମ୍ ଗସ୍ତ କରିଛନ୍ତି । ଏଠାରେ ସେ ଆରବ ସାଗର ଉପରେ ନିର୍ମିତ ନୂତନ ପାମ୍ବନ ସେତୁର ଉଦଘାଟନ କରିଛନ୍ତି।  ଏହାପରେ, ପ୍ରଧାନମନ୍ତ୍ରୀ ରାମେଶ୍ୱରମର ରାମନାଥସ୍ୱାମୀ ମନ୍ଦିର ପରିଦର୍ଶନ କରିବେ ଏବଂ ପୂଜା କରିବେ । ରାମାୟଣ ଅନୁସାରେ, ରାମସେତୁର ନିର୍ମାଣ ରାମେଶ୍ୱରମ୍ ନିକଟସ୍ଥ ଧନୁଷକୋଡିରୁ ଆରମ୍ଭ ହୋଇଥିଲା। ଏହି କାରଣରୁ ଏହା ବିଶ୍ୱାସ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦି ରାମନବମୀରେ ଏହାକୁ ଉଦଘାଟନ କରିଛନ୍ତି। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ରାଜ୍ୟରେ ୮୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର ମଧ୍ୟ କାର୍ଯ୍ୟକ୍ରମ  ରହିଛି ।

Leave a Reply

Your email address will not be published. Required fields are marked *