ଆଜି ରାଜ୍ୟରେ ବହୁ ପ୍ରତୀକ୍ଷିତ ’ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ’ ଯୋଜନାର ଶୁଭାରମ୍ଭ ହୋଇଛି

ଓଡ଼ିଶା ପାଇଁ ଆଜି ଏକ ଐତିହାସିକ ଦିନ। ରାଜ୍ୟରେ ବହୁ ପ୍ରତୀକ୍ଷିତ ’ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ’ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଓଡ଼ିଶା ମାଟିରେ ଡବଲ ଇଂଜିନର ସରକାର କାମ କରୁଥିବାରୁ ଏହି କାମକୁ ସଫଳତାର ସହିତ ଲାଗୁ କରାଯାଇପାରିଛି। ‘ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ’ ଯୋଜନାର ଶୁଭାରମ୍ଭ ସମାରୋହରେ ମୁଖ୍ୟ ଅତିଥି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହା କହିଛନ୍ତି।

ଆୟୁଷ୍ମାନ ଭାରତ ହେଉଛି ବିଶ୍ବର ସବୁଠାରୁ ବୃହତ ସ୍ବାସ୍ଥ୍ୟ ଯୋଜନା। ଏହା ବୀମା ଯୋଜନା ନୁହେଁ, ଏହା ହେଉଛି ସୁନିଶ୍ଚିତ ଯୋଜନା, ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିର ଫଳ। ଦେଶର ୬୧ କୋଟିରୁ ୫୫ କୋଟି ଲୋକ ଆୟୁଷ୍ମାନ ଭାରତରେ ଯୋଡ଼ି ହୋଇଥିଲେ। ପରେ ଅଙ୍ଗନବାଡ଼ି, ଆଶା କର୍ମୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲା ପରେ ମୋଦୀ ୭୦ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କୁ ଯୋଜନାରେ ସାମିଲ କରାଯାଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି।
ସମାରୋହରେ ମୁଖ୍ୟ ଅତିଥି  କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, କଟକ ସାଂସଦ ଭତ୍ତୃହରି ମହତାବ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *