ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପାରିତ

ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ତଥା ବଜେଟ୍‌ ଅଧିବେଶନ ଶେଷ ହୋଇଛି। ତିନୋଟି କାର୍ଯ୍ୟ ଦିବସ ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି। ଏହି ଅଧିବେଶନ ୨୮ଟି କାର୍ଯ୍ୟ ଦିବସ ମଧ୍ୟରୁ ୨୫ଟି କାର୍ଯ୍ୟ ଦିବସ ଚାଲିଥିଲା।

ଆଗକୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନଥିବାରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ଲାଗି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ, ଯାହାକୁ ସମର୍ଥନ କରିଥିଲେ ଏକାଧିକ ବିଧାୟକ। ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରିଥିଲେ।

ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି, ଗଣତନ୍ତ୍ର ପୁଣି ବିଧାନସଭା ଗୃହରେ ପ୍ରତିଷ୍ଠା ହୋଇଛି। ସାଢେ ୧୨ ଘଣ୍ଟା ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପାରିତ ହୋଇଛି। କ୍ଲଜ ବାଏ କ୍ଲଜ ଆଲୋଚନା ବେଳେ ସବୁ ଉତ୍ତର ଉଚ୍ଚ ଶିକ୍ଷା ମନ୍ତ୍ରୀ ରଖିଛନ୍ତି। ଏହି ବିଲ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ। ପୂର୍ବ ସରକାର ବିଶ୍ୱ ବିଦ୍ୟାଳୟ କ୍ଷମତା ସଂକୀର୍ଣ୍ଣ କରିଥିଲେ ଏବେ ତାହାକୁ ସ୍ୱାୟତ୍ତ କରାଯାଇଛି। ନୂଆ ବିଲ୍‌ ଦ୍ୱାରା ସରକାରୀ ନିୟନ୍ତ୍ରଣ କମିବ। ନୂଆ ବିଧାୟକଙ୍କୁ ବିଲ ବିଷୟରେ ବୁଝିବାକୁ ସୁଯୋଗ ମିଳିଛି। ଆମେ ରାତି ସାରା ଏଥିରେ ଭାଗ ନେଇଥିବାରୁ ଆମେ ଗର୍ବିତ।

ବିଜେଡି ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ କହିଛନ୍ତି, ଚଞ୍ଚକତା ପୂର୍ଣ୍ଣ ବିଲ ଆଣିଛନ୍ତି ବିଜେପି ସରକାର। ୨୦୨୪ରେ ଯେଉଁ ବିଲ ଅଣା ଯାଇଛି ୧୯୮୯ର ବିଲକୁ ସଂଶୋଧନ କରାଯାଇଛି ବୋଲି କୁହା ଯାଇଛି। ବିଲ୍‌ର ବୈଧତା କଣ ଅଛି ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ଆଲୋଚନା ହେବ। ବିଲ୍‌ରେ ଗଭର୍ଣ୍ଣରଙ୍କ ପାୱାରକୁ କାଟି ଦିଆଯାଇଛି। ୟୁଜିସିର ଡ୍ରାଫ୍ଟ ଗାଇଡ଼ ଲାଇନ,  ଜାତୀୟ ଶିକ୍ଷା ନୀତିର ଗାଇଡ଼ ଲାଇନ ଓ ନୂଆ ବିଲ ମଧ୍ୟରେ ତାଳ ମେଳ ନାହିଁ। ଯେହେତୁ ୪ ବର୍ଷ ତଳେ ବିଜେପି ବିରୋଧରେ ଥିଲେ, ୟୁଜିସିକୁ ଲଗେଇ ମାମଲା କରିଥିଲେ। ତେଣୁ ନିଜ ଜିଦ ରକ୍ଷା ପାଇଁ ବିଲ ଆଣି ତରବରିଆ ଭାବେ ସଂଖ୍ୟା ବଳ ରେ ପାସ କରିଛନ୍ତି। ବିଲ ଉପରେ ସାଢେ ୧୨ ଘଣ୍ଟା ଆଲୋଚନା ହେଲା। ଆହୁରି ହୋଇ ପାରିଥାନ୍ତା। ହେଲେ ସେତିକି ସୁଯୋଗ ଦିଆଯାଉନି। ମୁଁ କେବଳ ୩ ଘଣ୍ଟା ୧୦ ମିନିଟ ଆଲୋଚନାରେ ଭାଗ ନେଇଛି।

Leave a Reply

Your email address will not be published. Required fields are marked *