ଅଭିନେତ୍ରୀ ଏବଂ ମଡେଲ ୟାମିନୀ ମାଲହୋତ୍ରା ଖୁବ୍ଶୀଘ୍ର ବଲିଉଡ୍ର ଏକ କମେଡି ଚଳଚ୍ଚିତ୍ର “ଚିଲ୍ ମର୍ନା ବ୍ରୋ”ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେଜସ୍ ଦତ୍ତାନୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି। ଦିଲ୍ଲୀରେ ରହୁଥିବା ୟାମିନୀ ପ୍ରଥମେ ‘ବିଗ୍ ବସ୍ ୧୮’ରେ ନଜର ଆସିଥିଲେ। ଏବେ ବଲିଉଡ୍ ଜଗତରେ ପାଦ ଦେବା ଏକ ସ୍ୱପ୍ନ ସାକାର ହୋଇଛି ବୋଲି ସେ କହିଛନ୍ତି।
ୟାମିନୀ ତାଙ୍କର ବଲିଉଡ୍ ଡେବ୍ୟୁ ବିଷୟରେ କହିଛନ୍ତି ଯେ, “ମୁଁ ସବୁବେଳେ ଅଭିନୟ କରିବାକୁ ପସନ୍ଦ କରୁଥିଲି। ବଲିଉଡ୍କୁ ଆସିବା ମୋର ସ୍ୱପ୍ନ ଥିଲା। ଏହି ଚଳଚ୍ଚିତ୍ରଟି କମେଡି ଏବଂ ଟ୍ୱିଷ୍ଟ୍ରେ ପରିପୂର୍ଣ୍ଣ ହୋଇଛି।” ୟାମିନୀ ଜଣେ ଅଭିନେତ୍ରୀ ଏବଂ ମଡେଲ ହେବା ବ୍ୟତୀତ ଜଣେ ଦନ୍ତ ଚିକିତ୍ସକ ମଧ୍ୟ। ସେ ଟିଭି ଶୋ “ଘୁମ୍ ହେ କିସିକେ ପ୍ୟାର୍ ମେ” ଏବଂ “ମେ ତେରି ତୁ ମେରା”ରେ କାମ କରିଛନ୍ତି। ୨୦୧୬ରେ, ସେ “ଚୁଟ୍ଟାଲବାଇ” ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଥିଲେ। ଏଥିସହ ସେ ‘ବିଗ୍ ବସ୍ ୧୮’ ରେ ୱାଇଲ୍ଡ କାର୍ଡ ପ୍ରତିଯୋଗୀ ଭାବରେ ପ୍ରବେଶ କରିଥିଲେ।