ଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକ ଜଣେ ପ୍ରସିଦ୍ଧ ଭାରତୀୟ ମୂର୍ତ୍ତିଶିଳ୍ପୀ, ଯିଏ କି କଳା ଜଗତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଜଣାଶୁଣା। …

The Reporter Newsletter

Expert picks and exclusive deals, in your inbox.
Stay Connected

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ୍ କଟକଣା । ଆଉ ୧୮ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କଲା ପ୍ରଶାସନ । ବୁଧବାର ଦିନ ୧୨ଟା ପର୍ଯ୍ୟନ୍ତ କଟକଣା ବୃଦ୍ଧି ନେଇ ସୂଚନା ଜାରି କରାଯାଇଛି । RDC ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି । ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶନାମା ଜାରି କରିଛି । ସରକାରୀ, ବ୍ୟାଙ୍କ ଓ ରେଲୱେ ସେବା ପାଇଁ ଇଣ୍ଟରନେଟ୍ କଟକଣା ମନା ।ଆଦିବାସୀ ଲୋକଙ୍କ ହିଂସାରେ ଏମ୍ଭି ୨୬ ଗାଁର ଶତାଧିକ ଘର ନିଆଁରେ ପୋଡି ଛାରଖାର ହୋଇଯାଇଛି । ଘଟଣାର ଦୁଇ ଦିନ ପରେ ବି ଲୋକଙ୍କ ଘର ଭିତରେ ଓ ବାହାରେ ନିଆଁ ଜଳୁଛି । ସାଇକେଲ ମୋଟର ସାଇକେଲ ଠାରୁ ଆରମ୍ଭ କରି ଯାନବାହାନ ସବୁ କିଛି ପୋଡି ଦେଇଛନ୍ତି ଉତ୍ତ୍ୟକ୍ତ ଆଦିବାସୀ ଲୋକେ । ଘର ଭିତରେ ଥିବା ଲୋକଙ୍କ ଆସବାବପତ୍ର ଓ ଧାନ ଚାଉଳରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି । ଭୟଭୀତ ଅବସ୍ଥାରେ ଏମ୍ଭି ୨୬ ଗାଁ ଲୋକେ ଅନ୍ୟ ଗାଁକୁ ଚାଲି ଯାଇଛନ୍ତି । କିଏ ଜଙ୍ଗଲ ଭିତରେ ତ ଆଉ କିଏ ନିଜ ସଂପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି । ଜୀବନ ବଞ୍ଚାଇ ମଣିଷ ସିନା ଚାଲି ଯାଇଛନ୍ତି ହେଲେ ନିରୀହ ଗୃହ ପାଳିତ ପଶୁ ପକ୍ଷୀ ଏବେ ଅନାହାରରେ ଛଟ ପଟ ହେଉଥିବା ଦେଖିବାକୁ ମିଳିଛି । ପାଳ ଗଦା ପାଖରେ ମାଲିକ ଅପେକ୍ଷାରେ ଗାଈ ଶୋଇଥିବା ବେଳେ କୁକୁଡା ଛୋଟେଇ ଛୋଟେଇ ତାହାର ଘର ଖୋଜୁଛି । ଛେଳି ଗୁହାଳ ଖାଲି ପଡିଛି । ସବୁ କିଛି ନିଆଁରେ ପୋଡି ନଷ୍ଟ ହେବା ପରେ ବଞ୍ଚି ଯାଇଥିବା ସାମଗ୍ରୀ ନେବା ଲାଗି କିଛି ଲୋକେ ଗାଁକୁ ଆସିଥିଲେ । ମୋଟର ସାଇକେଲ, ପିକଅପ ଓ ଟ୍ରାକ୍ଟରରେ ବୋହି ନେଇଛନ୍ତି ପାଉଁଶ ଭିତରୁ ବାହାରି ଥିବା କିଛି ସାମଗ୍ରୀ । ଜୀବନ ସାରା ଅର୍ଜନ କରିଥିବା ସବୁ ଧନ ସମ୍ପତ୍ତି ଚାଲିଯିବା ପରେ ଜଣେ ବୟସ୍କ ମହିଳା ନିଜର ଇଷ୍ଟ ଦେବତାଙ୍କ ଫଟୋ ଚିତ୍ରଟିକୁ ନେଇ ଘର ଛାଡି ଚାଲିଯିବା ସମୟରେ ଛାତି ଫଟେଇ କାନ୍ଦୁଥିଲେ ।ସେପଟେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହିଳାଙ୍କ ମୁଣ୍ଡ ବୀହିନ ମୃତଦେହ ରାଖାଲଗୁଡା ଗାଁରେ ପହଞ୍ଚିବା ପରେ ଶବ ସତ୍କାର ହୋଇଛି । ମୁଣ୍ଡ ନଥିବାରୁ ଆଦିବାସୀ ପରମ୍ପରା ଅନୁସାରେ …

tech