ପୁଅର ଶାବଳ ମାଡ଼ରେ ବାପା ମୃତ , ମା ଗୁରୁତର

ପୁଅର ଶାବଳ ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ମା’ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ମା’ଙ୍କୁ ସଦର ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ସମ୍ବଲପୁର ଜିଲା ଯୁଜୁମୁରା ଥାନା ଝାଙ୍କରପାଲି ତୁରୀପଡ଼ା ଗ୍ରାମରେ ଏହିି ଅଭାବନୀୟ ଘଟଣା ଘଟିଛି। ପୁଅ ମାନସିକ ବିକୃତ ହୋଇଥିବା ସୂଚନା ମିଳିଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।ପାରିବାରିକ କଳହକୁ କେନ୍ଦ୍ର କରି ବୃଦ୍ଧ ବାପା-ମା’ଙ୍କୁ ପୁଅ ଏକ ଲୁହାରଡ୍‌ରେ ନିସ୍ତୁକ ମାଡ଼ ମାରିଛି। ଏଥିରେ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଯୁଯୁମୁରା ଥାନା ଝାଙ୍କରପାଲି ପଞ୍ଚାୟତ ତୁରିପଡ଼ା ଗାଁରେ ଏହି ନୃଶଂସ କାଣ୍ଡ ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ହେଲେ ଗୟା ମଲ୍ଲିକ(୮୦)। ଗୁରୁତର ଆହତ ମା’ ଉକିଆ ମଲ୍ଲିକ(୭୨) ବୋଲି ଜଣାପଡ଼ିଛି। ଅଭିଯୁକ୍ତ ବାଳକୃଷ୍ଣ(୪୦)କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *