ଭାରତ ପହଞ୍ଚିଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ ତହବୁର ରାଣା

ଭାରତ ପହଞ୍ଚିଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ ତହବୁର ରାଣା । ଦିଲ୍ଲୀରେ ବାୟୁସେନାର ପାଲମ୍‌ ବିମାନବନ୍ଦରରେ ଲ୍ୟାଣ୍ଡ୍‌ କରିଛି ଆତଙ୍କବାଦୀ ତହବୁରକୁ ଅଣାଯାଇଥିବା ସ୍ବତନ୍ତ୍ର ବିମାନ । ଆମେରିକାରୁ ସ୍ବତନ୍ତ୍ର ବିମାନ ଯୋଗେ ତହବୁରକୁ ଭାରତ ଆଣିଛି ଏନଆଇଏ । ଭାରତ ପ୍ରତ୍ୟର୍ପଣ ଉପରେ ରୋକ୍‌ ଲଗାଇବାକୁ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ତହବୁର । ହେଲେ ଆମେରିକା ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିବା ପରେ ପ୍ରତ୍ୟର୍ପଣ କରିଛି ତହବୁର। ତହବୁର ପାଇଁ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *