ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣର ଦୋଷୀ ଓ ସେମାନଙ୍କ ପ୍ରେତ୍ସାହକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଭାରତ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି । ଏହି କାର୍ଯ୍ୟାନୁଷ୍ଠାନକୁ ସୁରକ୍ଷା ସଂପର୍କିତ କ୍ୟାବିନେଟ କମିଟି ଅନୁମୋଦନ କରିଛି । ଏଥିପାଇଁ ଦିଲ୍ଲୀରେ ଘନ ଘନ ବୈଠକ ଚାଲିଛି । ସରକାର ବାରମ୍ବାର ତିନି ସେନା ସହ ଆଲୋଚନା କରୁଛନ୍ତି ।