Category: ଦେଶ- ବିଦେଶ

Homeଦେଶ- ବିଦେଶ

ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀମାନେ ଆଜି ପର୍ଯ୍ୟଟକଙ୍କୁ ଟାର୍ଗେଟ୍‌ କରି ଗୁଳିବର୍ଷା କରିବାରୁ ୨୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। …

ବାଂଲାଦେଶର ଦିନାଜପୁର ଜିଲ୍ଲାରେ ଜଣେ ବିଶିଷ୍ଟ ହିନ୍ଦୁ ନେତାଙ୍କୁ ତାଙ୍କ ଘରୁ ଅପହରଣ କରି ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭବେଶଙ୍କ ପତ୍ନୀ …

କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏଲ୍. ମୁରୁଗନ ଆଜି ମୁମ୍ବାଇରେ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ଓ୍ବେଭ୍ସ) ୨୦୨୫ …

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, ରେଳବାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଭାରତ କରିଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଉପରେ ଆଲୋକପାତ କରିଛନ୍ତି । ହରିୟାଣାର ମାନେସରଠାରେ ଥିବା ଭିଭିଡିଏନ୍ ଶିଳ୍ପ ପ୍ରତିଷ୍ଠାନରେ ଉଦବୋଧନ ଦେଇ ମନ୍ତ୍ରୀ ଆଲୋକପାତ କରିଥିଲେ ଯେ ନିକଟରେ କ୍ୟାବିନେଟ୍ ଦ୍ୱାରା ଅନୁମୋଦନ ପ୍ରାପ୍ତ ନୂତନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଯୋଜନା ବିଶ୍ୱଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାରେ ଭାରତର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଖୁବଶୀଘ୍ର ଏହି ଯୋଜନାର ଗାଇଡଲାଇନ ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଏକ ଐତିହାସିକ ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ହରିୟାଣାର ମାନେସରଠାରେ କମ୍ପାନୀର ଗ୍ଲୋବାଲ ଇନୋଭେସନ ପାର୍କରେ ଭିଭିଡିଏନ ଟେକ୍ନୋଲୋଜିର ଅତ୍ୟାଧୁନିକ ସର୍ଫେସ୍ ମାଉଣ୍ଟ ଟେକ୍ନୋଲୋଜି (ଏସଏମଟି) ଲାଇନ୍ ଏବଂ ମେକାନିକାଲ ଇନୋଭେସନ ପାର୍କକୁ ଉଦଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଗତ ୬ ବର୍ଷ ମଧ୍ୟରେ ଭାରତରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୫ ଗୁଣ ବୃଦ୍ଧି ପାଇଛି ଏବଂ ମୋଟ ମୂଲ୍ୟ ୧୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଗତ ଦଶନ୍ଧି ରେ ରପ୍ତାନି ରେ ୬ ଗୁଣ ବୃଦ୍ଧି ଘଟିଛି ଏବଂ ବର୍ତ୍ତମାନ ଏହା ୩.୨୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଏହା 'ମେକ୍ ଇନ୍ ଇଣ୍ଡିଆ' ଅଭିଯାନର ସବୁଠାରୁ ବଡ଼ ସଫଳତାର କାହାଣୀ ବୋଲି ବର୍ଣ୍ଣନା କରି ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଏହି କ୍ଷେତ୍ରରେ ବର୍ତ୍ତମାନ ୨୫ ଲକ୍ଷରୁ ଅଧିକ ଲୋକ ନିଯୁକ୍ତି ପାଇଛନ୍ତି ଏବଂ ଆଗାମୀ ବର୍ଷ ଗୁଡ଼ିକରେ ଏହା ଦ୍ରୁତ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ ଅଛି। ଏହି କେନ୍ଦ୍ର ପରିଦର୍ଶନ ସମୟରେ ଶ୍ରୀ ବୈଷ୍ଣବ ଭାରତର ଡିଜାଇନ ଇକୋସିଷ୍ଟମର ବଢୁଥିବା ଶକ୍ତି ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଦର୍ଶାଇଥିଲେ ଯେ ଏହି ସ୍ଥାନରେ ଜଟିଳ, ଏଆଇ-ଏମ୍ବେଡେଡ୍ ସିଷ୍ଟମ ଉପରେ କାର୍ଯ୍ୟ କରୁଥିବା ୫,୦୦୦ରୁ ଅଧିକ ଇଞ୍ଜିନିୟରଙ୍କ ଏକ ଦଳ ରହିଛି । ଭାରତରେ ଏବେ କେବଳ ଉତ୍ପାଦନ ନୁହେଁ ବରଂ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଡିଜାଇନ୍ କରିବାର ପ୍ରତିଭା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ଏହି କାରଖାନାର ଇଞ୍ଜିନିୟର ଏବଂ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଭାରତରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ ଜାରି ରଖିବାକୁ ଅନୁରୋଧ କରିଥିଲେ । ସ୍ୱଦେଶୀ ଉତ୍ପାଦିତ ଉପକରଣର ଗୁରୁତ୍ୱ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତ ବର୍ତ୍ତମାନ ଘରୋଇ ସ୍ତରରେ ଡିଜାଇନ ଉପକରଣ ଡିଜାଇନ୍ ଏବଂ ଉତ୍ପାଦନ କରୁଛି – ଯାହାକି ବୈଷୟିକ ଆତ୍ମନିର୍ଭରଶୀଳତା ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନିକଟରେ ଭିଭିଡିଏନ୍ ଦ୍ୱାରା ୬,୦୦୦ ଏଆଇ ସର୍ଭର ନିୟୋଜିତ ହୋଇଥିବା ଦର୍ଶାଇ ଶ୍ରୀ ବୈଷ୍ଣବ ଏହାକୁ ଏକ ମାଇଲଖୁଣ୍ଟ ବୋଲି କହିଥିଲେ ଯାହା ଭାରତର ହାର୍ଡୱେର କ୍ଷମତାକୁ ପ୍ରଦର୍ଶନ କରେ । ବୌଦ୍ଧିକ ସମ୍ପତ୍ତି ଅଧିକାରର ସୁରକ୍ଷା, ଡିଜାଇନ୍ ଭିତ୍ତିକ ଉଦ୍ଭାବନ ଏବଂ ବିବିଧ ରେୟାର ଆର୍ଥ ଯୋଗାଣ ଶୃଙ୍ଖଳାର ସୁରକ୍ଷା ପାଇଁ ଏକ ବିଶ୍ୱସ୍ତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଭିତ୍ତିଭୂମି ନିର୍ମାଣ ପାଇଁ ଭାରତର ପ୍ରତିବଦ୍ଧତାକୁ ମନ୍ତ୍ରୀ ଦୋହରାଇଥିଲେ । ସେ ଏକ ତ୍ରିସ୍ତରୀୟ ଦକ୍ଷତା ରଣନୀତିର ବିବରଣୀ ମଧ୍ୟ ପ୍ରଦାନ କରିଥିଲେ, ଯେଉଁଥିରେ ମୌଳିକ ପ୍ରଶିକ୍ଷଣ, ଅନ-ସାଇଟ୍ ଉତ୍ପାଦ-ନିର୍ଦ୍ଦିଷ୍ଟ ତାଲିମ ଏବଂ ଶିଳ୍ପ-ସଂଯୋଜିତ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ - ଯାହାକି ଏହି କ୍ଷେତ୍ରରେ ଉଚ୍ଚ ପୁଞ୍ଜି-ବ୍ୟୟ ଦକ୍ଷତା ପାଇଁ ପ୍ରାସଙ୍ଗିକ ।

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ, ଯଥାଶୀଘ୍ର ଅସ୍ତ୍ରଶସ୍ତ୍ର ତ୍ୟାଗ ସହିତ ମୋଦୀ ସରକାରଙ୍କ ଆତ୍ମସମର୍ପଣ ନୀତି ଗ୍ରହଣ କରି …

ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାକୁ ନେଇ ଏବେ ଚାରିଆଡ଼େ ଚର୍ଚା । ଜାଲ କଂପାନି କରି କୋଟି କୋଟି ଟଙ୍କାର …

ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ …

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ହିସାରରୁ ଅଯୋଧ୍ୟାକୁ ଏକ ବ୍ୟବସାୟିକ ବିମାନ ଉଡ଼ାଣ ପାଇଁ ବିମାନବନ୍ଦରରେ ନୂତନ ଟର୍ମିନାଲ ବିଲ୍ଡିଂର ଭିତ୍ତି ପ୍ରସ୍ତର ସ୍ଥାପନ …

ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମିଆଁମାରରେ ସୋମବାର ୪.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏନସିଏସ ଅନୁଯାୟୀ, …

Enjoy Unlimited Digital Access

Read trusted, award-winning journalism. Just $2 for 6 months.
Already a subscriber? Log in
banner place
Premium News Magazine Wordpress Theme