ମିଆଁମାରରେ ଭୟଙ୍କର ଭୂମିକମ୍ପ

ମିଆଁମାରରେ ଭୟଙ୍କର ଭୂମିକମ୍ପ । ଶୁକ୍ରବାର ମିଆଁମାରରେ ୭.୭ ଏବଂ ୬.୪ ତୀବ୍ରତାର ଦୁଇଟି ଲଗାତାର ଭୂମିକମ୍ପ ଅନୁଭୂତ ହୋଇଛି । ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ମିଆଁମାରର ମାଣ୍ଡାଲେରେ ଥିବା ଆଭା ସେତୁ, ଇରାୱାଡି ନଦୀରେ ଭୁଶୁଡ଼ି ପଡ଼ିଥିବା ସୂଚନା ରହିଛି । ଏହାସହ ଏହି ବଡ଼ ଭୂମିକମ୍ପ ଯୋଗୁଁ ଅନେକ କୋଠା ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି, ଯାହାର କେନ୍ଦ୍ରସ୍ଥଳ ସାଗାଇଙ୍ଗ ନିକଟରେ ଥିଲା।

ଭୂମିକମ୍ପର ପ୍ରଭାବ ଏତେ ଥିଲା ଯେ ପ୍ରାୟ ୯୦୦ କିଲୋମିଟର ଦୂର ବ୍ୟାଙ୍କକକୁ ଦୋହଲାଇ ଦେଇଥିଲା, ଥାଇଲାଣ୍ଡ ରାଜଧାନୀର ଅନେକ ଉଚ୍ଚ କୋଠା ଧୂଳିସାତ ହୋଇଯାଇଥିଲା। ଏହି ଭୂମିକମ୍ପ ଯୋଗୁଁ ଲୋକମାନେ ଘରୁ ବାହାରକୁ ଦୌଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ ଏବଂ ଉଚ୍ଚ କୋଠାର ସୁଇମିଂ ପୁଲରୁ ପାଣି ମଧ୍ୟ ବାହାରକୁ ବହି ଯାଇଥିଲା। ଭୂମିକମ୍ପର ପ୍ରଭାବରେ ଅନେକ କୋଠା ଦୋହଲିବା ପରେ ସେମାନଙ୍କୁ ଖାଲି କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତର ରିପୋର୍ଟ ମିଳିନାହିଁ ।

 

Leave a Reply

Your email address will not be published. Required fields are marked *