‘କ୍ରିସ୍‌-୪’ ର ନିର୍ଦ୍ଦେଶନା ଦେବେ ହ୍ରିତିକ୍ ରୋଶନ

‘କ୍ରିସ୍‌-୪’ ପାଇଁ ହାତ ମିଳାଇଛନ୍ତି ହ୍ରିତିକ୍ ରୋଶନ ଏବଂ ୟଶ୍ ରାଜ ଫିଲ୍ମସ୍। ଏନେଇ ସୂଚନା ପ୍ରଦାନ କରିଛନ୍ତି ପ୍ରଯୋଜକ ତଥା ନିର୍ଦ୍ଦେଶକ ରାକେଶ ରୋଶନ। ପୂର୍ବରୁ ରାଶେକ ନିଶ୍ଚିତ କରିଥିଲେ ଯେ କ୍ରିସ୍‌ର ଆଗାମୀ ପ୍ରୋଜେକ୍ଟର ସେ ନିର୍ଦ୍ଦେଶନା ଦେବେ ନାହିଁ। ସେଥିରୁ ପ୍ରଶଂସକ ବୁଝି ଯାଇଥିଲେ ଯେ ସେ ନିଶ୍ଚୟ ତାଙ୍କ ପୁଅ ହ୍ରିତିକ୍‌ଙ୍କୁ ଏହି ଦାୟିତ୍ବ ଦେବେ।

ରୋଶନ ଶୁକ୍ରବାର ଦିନ ହ୍ରିତିକ୍‌ଙ୍କ ପାଇଁ ଏକ ଟ୍ୱିଟର୍‌ ନୋଟ୍ ସେୟାର କରି ଲେଖିଛନ୍ତି ଯେ ସେ ତାଙ୍କ ପୁଅକୁ ଦାୟିତ୍ୱ ଦେଉଛନ୍ତି ଏବଂ ୨୫ ବର୍ଷ ପରେ ନିର୍ଦ୍ଦେଶକ ଭାବରେ ତାଙ୍କୁ “ପୁନଃ ଲଞ୍ଚ” କରୁଛନ୍ତି। ତାଙ୍କ ପୋଷ୍ଟର କ୍ୟାପସନରେ ଲେଖାଯାଇଛି, “ଡୁଗ୍ଗୁ ୨୫ ବର୍ଷ ତଳେ ମୁଁ ତୁମକୁ ଜଣେ ଅଭିନେତା ଭାବରେ ଲଞ୍ଚ କରିଥିଲି, ଏବଂ ଆଜି ପୁଣି ୨୫ ବର୍ଷ ପରେ ତୁମକୁ ଦୁଇଜଣ ଫିଲ୍ମ ନିର୍ମାତା ଆଦି ଚୋପ୍ରା ଏବଂ ମୁଁ ଜଣେ ନିର୍ଦ୍ଦେଶକ ଭାବରେ ଲଞ୍ଚ କରୁଛୁ। ଯାହାଦ୍ୱାରା ଆମର ସବୁଠାରୁ ମହତ୍ୱାକାଂକ୍ଷୀ ଫିଲ୍ମ କ୍ରିସ୍-୪କୁ ଆଗକୁ ନେଇହେବ। ଶୁଭକାମନା ଏବଂ ଆଶୀର୍ବାଦ ସହିତ ଏହି ନୂତନ କାର୍ଯ୍ୟରେ ତୁମକୁ ସଫଳତା ପାଇଁ କାମନା କରୁଛି।”

ତେବେ କ୍ରିସ୍‌ର ନିର୍ଦ୍ଦେଶନା ହ୍ରିତିକ୍‌ ରୋଶନ ଦେବେ ବୋଲି ଜାଣିବା ପରେ ପ୍ରଶଂସକଙ୍କ ଖୁସିର ସୀମା ନାହିଁ। ସୋସିଆଲ୍‌ ମିଡିଆରେ ସମସ୍ତେ ହ୍ରିତିକ୍‌ଙ୍କୁ ଶୁଭେଚ୍ଛା ଦେବାରେ ଲାଗିଛନ୍ତି।

 

Leave a Reply

Your email address will not be published. Required fields are marked *